ଏକନାଥ ସିନ୍ଦେଙ୍କୁ ନେଇ ଶିବସେନା ଦେଲା ବଡ଼ ବୟାନ, କହିଲା-କ୍ଷମତା ମିଳିଯାଇଛି, କିନ୍ତୁ..
Advertisement
trendingNow11239867

ଏକନାଥ ସିନ୍ଦେଙ୍କୁ ନେଇ ଶିବସେନା ଦେଲା ବଡ଼ ବୟାନ, କହିଲା-କ୍ଷମତା ମିଳିଯାଇଛି, କିନ୍ତୁ..

Maharashtra Politics: ଗଣତନ୍ତ୍ର ବିଷୟରେ ଲେଖାଯାଇଛି ଯେ ବିରୋଧୀ ଦଳର ଅସ୍ତିତ୍ୱ ସମାପ୍ତ ହେବା ପରେ ଦେଶର ଗଣତନ୍ତ୍ର କିପରି ବଞ୍ଚିବ? ଶିବସେନାର ବିଧାୟକମାନେ ବିଦ୍ରୋହ କରୁ ଏଥିପାଇଁ କେଉଁ ସୁପର ପାୱାର କାମ କରୁଥିଲା, ତାହା ଜଣା ପଡିଛି । କିନ୍ତୁ ରାଜ ଭବନରେ ଦଳ ବଦଳାଇବା ଓ ବିଭାଜନକୁ ପ୍ରୋତ୍ସାହିତ କରିବାର ପ୍ରକ୍ରିୟା ଜାରି ରହିବ କି?

ଏକନାଥ ସିନ୍ଦେଙ୍କୁ ନେଇ ଶିବସେନା ଦେଲା ବଡ଼ ବୟାନ, କହିଲା-କ୍ଷମତା ମିଳିଯାଇଛି, କିନ୍ତୁ..

ମୁମ୍ୱାଇ: Maharashtra Politics: ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ (Eknath Shinde) ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ରାଜ୍ୟରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟ ଦୂର ହୋଇଛି । ଏହି ସମୟରେ ଶିବସେନା ନିଜ ମୁଖ୍ୟପତ୍ର ସାମନା (Saamana) ମାଧ୍ୟମରେ ରାଜ୍ୟପାଳ ତଥା ନ୍ୟାୟପାଳିକା ଉପରେ ପ୍ରଶ୍ନ ଉଠାଇଛି । ଏଥି ସହିତ  ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ବିଦ୍ରୋହୀ ବିଧାୟକଙ୍କ ସହ ବିଜେପିକୁ ଟାର୍ଗେଟ କରାଯାଇଛି । 

ମହାରାଷ୍ଟ୍ରରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ସମାପ୍ତ ହେବା ପରେ ଶିବସେନା ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପ୍ରଶ୍ନ ପଚାରିଛି । ନୂତନ ଘଟଣାକ୍ରମରେ ଶିବସେନା ପଚାରିଛି ଯେ କ୍ଷମତା ମିଳିଯାଇଛି, ଏବେ ଆଗକୁ କ’ଣ? ଏହି ଆର୍ଟିକିଲରେ ଅଟଳ ବିହାରୀ ବାଜପେୟୀଙ୍କୁ ଉଲ୍ଲେଖ କରି କୁହାଯାଇଛି ଯେ ବର୍ତ୍ତମାନ ବିଜେପିରେ ଆଦର୍ଶ ଶେଷ ହୋଇଯାଇଛି । ମହାଭାରତରୁ ଦ୍ରୌପଦୀ ବିଷୟରେ ଉଲ୍ଲେଖ କରି କୁହାଯାଇଛି ଯେ ଜନତା ଜନାର୍ଦ୍ଦନ ଶ୍ରୀକୃଷ୍ଣଙ୍କ ପରି ଅବତାର ନେବେ ଓ ମହାରାଷ୍ଟ୍ରର ସମ୍ମାନ ଲୁଟି ନେଇଥିବା ଲୋକମାନଙ୍କ ଉପରେ ସୁଦର୍ଶନ ଚକ୍ର ଚଳାଇବେ । ଦଳ ବଦଳ ଦଳର ଆଦେଶର ଉଲ୍ଲେଙ୍ଘନ କରିଥିବା ବିଧାୟକଙ୍କ ଅଯୋଗ୍ୟତା ସମ୍ପର୍କରେ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ସରକାରଙ୍କୁ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କହିବା ସମ୍ବିଧାନର ବାହାରେ ।

ସମ୍ପାଦକୀୟରେ ଆଗକୁ କୁହାଯାଇଛି ଯେ, ଆମର ବିବେକ ବୃଦ୍ଧି ଥଣ୍ଡା ହୋଇଯାଇଛି । ଏହା ଯନ୍ତ୍ରଣା ନୁହେଁ ପ୍ରତାରଣା । ଅଧିକାଂଶ ଲୋକ ଯେପରି ଆକାଶରେ ଚାଲିବାକୁ ପସନ୍ଦ କରନ୍ତି ନାହିଁ, ସେହିପରି ବିଚାର କରିବାକୁ ପସନ୍ଦ କରନ୍ତି ନାହିଁ । ଲୋକଙ୍କୁ ସର୍ଟକଟରେ ସବୁକିଛି ହାସଲ କରିବାର ଇଚ୍ଛା ରହିଥାଏ । ଅସୀମିତ କ୍ଷମତା ଓ ନିଷ୍ଠୁର ସଂଖ୍ୟାଗରିଷ୍ଠତାର ଅପବ୍ୟବହାର ହେଉଛି । ପ୍ରତିପକ୍ଷଙ୍କୁ ନା କେବଳ ସବୁ ପ୍ରକାରର ଅସୁବିଧାରେ ପକାଇବା କାର୍ଯ୍ୟ ଚାଲିଛି, ବରଂ ପ୍ରତାରିତ କରିବାର ସିଷ୍ଟମକୁ ପ୍ରସ୍ତୁତ କରାଯାଇଛି ।

ଗଣତନ୍ତ୍ର ବିଷୟରେ ଲେଖାଯାଇଛି ଯେ ବିରୋଧୀ ଦଳର ଅସ୍ତିତ୍ୱ ସମାପ୍ତ ହେବା ପରେ ଦେଶର ଗଣତନ୍ତ୍ର କିପରି ବଞ୍ଚିବ? ଶିବସେନାର ବିଧାୟକମାନେ ବିଦ୍ରୋହ କରୁ ଏଥିପାଇଁ କେଉଁ ସୁପର ପାୱାର କାମ କରୁଥିଲା, ତାହା ଜଣା ପଡିଛି । କିନ୍ତୁ ରାଜ ଭବନରେ ଦଳ ବଦଳାଇବା ଓ ବିଭାଜନକୁ ପ୍ରୋତ୍ସାହିତ କରିବାର ପ୍ରକ୍ରିୟା ଜାରି ରହିବ କି?

ଏହା ବି ପଢ଼ନ୍ତୁ:-ଦେବେନ୍ଦ୍ର ଫଡନାଭିସଙ୍କୁ କାହିଁକି କରାଗଲା ଉପମୁଖ୍ୟମନ୍ତ୍ରୀ? କାରଣ କହିଲେ ଅମିତ ଶାହ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୧୫ ପ୍ରାର୍ଥୀ କରିଥିଲେ ନାମାଙ୍କନ ପତ୍ର ଦାଖଲ, କେବଳ ୨ ଜଣ ହିଁ ହେଲେ ଯୋଗ୍ୟ; ଜାଣନ୍ତୁ ଏହାର କାରଣ

ଏହା ବି ପଢ଼ନ୍ତୁ:-ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ସଞ୍ଜୟ ରାଉତଙ୍କର ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଟ୍ୱିଟ୍ କରି ଉଭୟ ଏକନାଥ ସିନ୍ଦେ ଓ ଫଡନାଭିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶିବସେନା ସାଂସଦ (Shiv Sena MP) ସଞ୍ଜୟ ରାଉତ ( Sanjay Raut) ମଧ୍ୟ ନୂତନ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାର ଗୋଟିଏ ଦିନ ପରେ ସଞ୍ଜୟ ରାଉତ ଭାରତୀୟ ଜନତା ପାର୍ଟି (BJP) ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ମୁଁ ଶିନ୍ଦେଙ୍କୁ ଶିବ ସୈନିକ ବୋଲି ଭାବୁ ନାହିଁ ଓ ବିଜେପି ଶିବ ସୈନିକଙ୍କୁ ମୁଖ୍ୟମନ୍ତ୍ରୀ କରିନାହାଁନ୍ତି । ଏହା ସହିତ ସେ ଅଭିଯୋଗ କରିଛନ୍ତି ଯେ ଶିବସେନାକୁ ଭାଙ୍ଗିବା ପାଇଁ ଯୋଜନା ଥିଲା ।

 

 

Trending news